@book{15688,
	author = {Sahu, Aseema, and Nibedita, Bindu,},
	title = {Bindusima :},
	publisher = {Athena Books,},
	year = {2025.},
	address = {Bhubaneswar :},
	note = {A collection of Odia poems associated with Bindu Nibedita. The volume presents poetic expressions and reflections in Odia, bringing together lyrical and literary voices in a collection intended for readers of contemporary Odia poetry and literature.
ଡଃ ଅସୀମା ସାହୁ ଓ ବିନ୍ଦୁ ନିବେଦିତା, ଓଡ଼ିଶା ସାହିତ୍ୟ ଜଗତରେ ସୁନାମ ଅର୍ଜନ କରିଥିବା ଦୁଇ ନାରୀ ପ୍ରତିଭା । ଦୁହେଁ ଦୁହିଁଙ୍କ ଭାବାବେଗକୁ ଦିଗନ୍ତ ପ୍ରସାରିତ କଳ୍ପନାରେ କୋଳେଇଧରି ଯେତେବେଳେ ବିନ୍ଦୁବିନ୍ଦୁ ହେଇ ଯୋଡ଼ିଦେଇଛନ୍ତି ସେତେବେଳେ ଶବ୍ଦ ରଙ୍କୁଣା ଅକ୍ଷରସବୁ ଅସୀମାର ଅରୁଣିମାରେ ପରିବ୍ୟାପ୍ତ ହୋଇ ଯୁଗଳବନ୍ଦୀରେ ଆତ୍ମ ପ୍ରକାଶ କରିଛି। ସେଇଠି ସ୍ନେହ, ପ୍ରେମ, ସଦିଚ୍ଛା, ଆହ୍ବାନ, ଅଭିମାନ, ହସ-ଲୁହ, ସୁଖଦୁଃଖ ଓ ଆନନ୍ଦ-ସନ୍ତାପ, ଆଦି ଚମତ୍କାର ରସ ଓ ଛନ୍ଦରେ କବିତାର ରୂପକଳ୍ପ ନେଇ ପାଠକର ମନ ଅଗଣାକୁ ଓହ୍ଲେଇ ଆସିଛନ୍ତି । ସତରେ, ପାଠକୀୟ ଆବେଗର ଉପହାରଟିଏ ହେଉଚି କବିତା ବହି ‘ବିନ୍ଦୁସୀମା: ଏକ ଯୁଗଜବନ୍ଦୀ’ । ଦୁଇ ନାରୀ କବିଙ୍କର କଳ୍ପନା ଓ ଅନୁଭୂତିର ଏକତ୍ର ପ୍ରବାହକୁ ଆବେଗପ୍ରବଣ ପାଠକଟିଏ ଏଥୁରେ ଭେଟିବ ଓ ଚିତ୍ର, ଚରିତ୍ର ହୋଇ ପାଠକ ସହ ଆଖରେ ଆଖ୍ ମିଳେଇ କଥା କହୁଥିବା ଏ ବହିର ସବୁତକ କବିତା, ଦୁଇବାନ୍ଧବୀଙ୍କର ଅତୁଟ ବନ୍ଧନ, ଦୁହିଁଙ୍କ ପ୍ରତି ଦୁହିଁଙ୍କର ଆଦର ସମ୍ମାନ, ବିଶ୍ଵାସ ଆଉ ନିରୁତା ଭଲପାଇବାର ଏକ ଆକର୍ଷଣୀୟ ପ୍ରତୀକ। ଯୁଗ୍ମ ଲେଖନୀର ଏହି ସାମୂହିକ ନିଆରା ପ୍ରୟାସ ପାଠକଙ୍କ ମନରେ ନିଃସନ୍ଦେହ ନୂତନ ରସ ଓ ରୋମାଞ୍ଚର ଆଞ୍ଚ ଭରିଦେବ। ଡଃ ଅସୀମା ସାହୁ ଓ ବିନ୍ଦୁ ନିବେଦିତାଙ୍କ ଦ୍ୱାରା ରଚିତ ଓଡ଼ିଆ କବିତାର ଏକ ସଂକଳନ। ଏହି ଗ୍ରନ୍ଥରେ ଓଡ଼ିଆ ଭାଷାରେ କବୟିତ୍ରୀଙ୍କ କାବ୍ୟିକ ଅଭିବ୍ୟକ୍ତି ଓ ଚିନ୍ତନର ପ୍ରତିଫଳନ ଦେଖିବାକୁ ମିଳେ। ସମକାଳୀନ ଓଡ଼ିଆ କବିତା ଓ ସାହିତ୍ୟର ପାଠକମାନଙ୍କ ପାଇଁ ଏହା ଏକ ଉଲ୍ଲେଖନୀୟ କବିତା ସଂକଳନ।}
}
